ନୟାଗଡ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଗତକାଲି ୪ଘଣ୍ଟା ଧରି ଲାଇଟ୍ ନଥିବାରୁ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ରେ ଚିକିତ୍ସା ଚାଲୁଥିବା ଦେଖିବାକୁ ମିଳିଛି ।ଏହାସହିତ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅପରାହ୍ନ ୪ଟାରୁ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ଜରୁରୀକାଳୀନ ଚିକିତ୍ସା ୱାର୍ଡ, ମେଡିସିନ୍ ଏବଂ ସର୍ଜରୀ ୱାର୍ଡରେ ଏହି ଅସୁବିଧା ଦେଖିବାକୁ ମିଳିଥିଲା । ଏପରିକି ଏହି ସମୟରେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଆସିଥିବା ଦୁଇଜଣ ରୋଗୀଙ୍କୁ ମୋବାଇଲ ଟର୍ଚ୍ଚ ଲାଇଟରେ ଡ୍ରେସିଙ୍ଗ୍ କରାଯାଇଥିଲା ।