ପଶ୍ଚିମବଙ୍ଗ ରାଜଧାନୀ କଲକାତା ସହରର ରାସ୍ତାରୁ ୧୫୦ ବର୍ଷ ପୁରୁଣା ଟ୍ରାମ୍ ବ୍ୟବସ୍ଥାକୁ ହଟାଇ ଦିଆଯିବ । ସାଂପ୍ରତିକ ସମୟରେ ଲୋକେ ତ୍ବରିତ ବେଗରେ ଯାତାୟାତ ବ୍ୟବସ୍ଥାକୁ ଅଧିକ ପସନ୍ଦ କରୁଛନ୍ତିି। ଟ୍ରାମ୍ଗୁଡିକ ଅତ୍ୟନ୍ତ ଧିମାବେଗରେ ଯାଉଥିବାରୁ ଏହା ଅନେକ ସମୟରେ ରାସ୍ତା ଜାମ୍ କରୁଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ସ୍ନେହାଶିଷ ଚକ୍ରବର୍ତ୍ତୀ କହିଛନ୍ତି। ସୂଚନାଯୋଗ୍ୟ ବ୍ରିଟିଶ ଶାସନ ଅମଳରେ ୧୮୭୩ ଫେବୃଆରୀ ୨୪ରେ ପ୍ରଥମେ ଟ୍ରାମ୍ ସେବା ପ୍ରଚଳନ କରାଯାଇଥିଲା। କଲକାତା ବ୍ୟତୀତ ଊନବିଂଶ ଶତାବ୍ଦୀରେ ପାଟନା, ଚେନ୍ନଇ, ନାସିକ ଓ ମୁମ୍ବଇ ଭଳି ସହରରେ ଟ୍ରାମ୍ ସେବାର ପ୍ରଚଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ କେବଳ କଲକାତାକୁ ବାଦଦେଇ ଅନ୍ୟ ସବୁ ସହରରୁ ଏହି ବ୍ୟବସ୍ଥା ହଟାଇ ଦିଆଯାଇଥିଲା।କିନ୍ତୁ ଵାର୍ତାମାନ ଏହାର ଧିମା ଗତି ଯୋଗୁଁ ବନ୍ଦ କରି ଦିଆଯିବ |