ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଦୀର୍ଘଦିନ ଧରି ଏକାନ୍ତ ରହିବା ପରେ ଏକ ମାଈ କଲରାପତରିଆ ବାଘ ପାଖରେ ତାକୁ ଅନ୍ଯ ଖୁଆଡରେ ଛଡାଯାଇଛି । ଏଠାରେ ପୂର୍ବରୁ ରହିଥିବା ଏକ ବାଘୁଣି ସହିତ ପୃଥକ କୋଠରିରେ ରଖାଯାଇଛି। ବର୍ତ୍ତମାନ ପାଇଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ନ ହେବା ପର୍ଯ୍ୟନ୍ତ ଗୋଟିଏ କୋଠରିରେ ରଖାଯିବ ନାହିଁ ବୋଲି ବନ୍ୟପ୍ରାଣୀ ଉପଖଣ୍ଡ ଅଧିକାରୀ କହିଛନ୍ତି। ନୂତନ ଭାବେ ଉକ୍ତ କୋଠରିରେ ରଖାଯାଇଥିବା ପୁରୁଷ ବାଘର ବୟସ ୮ ବର୍ଷ ଓ ପୂର୍ବରୁ ରହିଥିବା ବାଘୁଣୀର ବୟସ ୬ ବର୍ଷ।ଗତ ନଭେମ୍ବରରେ ବାଘଟି ନୂଆପଡାରୁ ଟ୍ରାଙ୍କୁଲାଇଜ ହୋଇ ସମ୍ବଲପୁର ଜୁ ଆସିଥିଲା । ପ୍ରଥମେ କ୍ବାରେଣ୍ଟାଇନରେ ରହିବା ସହ ସିସିଟିଭି ନଜରରେ ରହିଥିଲା ।