ପ୍ରତିବର୍ଷ ୨୨ ଏପ୍ରିଲରେ ‘ବିଶ୍ୱ ପୃଥିବୀ ଦିବସ’ ପାଳନ କରାଯାଏ । ଏହି ଖାସ୍ ଦିନକୁ ଭାରତ ସମେତ ପାଖାପାଖି ୧୯୫ରୁ ଅଧିକ ଦେଶ ପାଳନ କରେ । ଚଳିତ ବର୍ଷ ସାରା ବିଶ୍ୱରେ ୫୫ତମ ପୃଥିବୀ ଦିବସ ପାଳନ କରାଯାଉଛି ।
ପୃଥିବୀ ସଂରକ୍ଷଣ ସହିତ ଜଡିତ ଏହି ଦିବସ ପାଳନ ୧୯୭୦ ମସିହାରେ ଆରମ୍ଭ ହୋଇଥିଲା । ଏହି ଦିବସକୁ ପ୍ରଥମେ ଆମେରିକାର ସିନେଟର ଗେଲର୍ଡ ନେଲ୍ସନ ପରିବେଶଗତ ଶିକ୍ଷାର ଏକ ଉପାୟ ଭାବରେ ଆରମ୍ଭ କରିଥିଲେ । ନେଲ୍ସନଙ୍କ ଆହ୍ୱାନରେ ପ୍ରାୟ ଦୁଇ କୋଟି ଆମେରିକୀୟ ୨୨ ଏପ୍ରିଲରେ ପ୍ରଥମ ଥର ପାଇଁ ପୃଥିବୀ ଦିବସ ପାଳନ କରିଥିଲେ ।୨୦୨୫ ପୃଥିବୀ ଦିବସର ବିଷୟବସ୍ତୁ ହେଉଛି “ଆମର ଶକ୍ତି, ଆମ ଗ୍ରହ“। ୨୦୩୦ ସୁଦ୍ଧା ନବୀକରଣୀୟ ଶକ୍ତି ବ୍ୟବହାର କରି ‘ତିନିଗୁଣା ସ୍ୱଚ୍ଛ ବିଦ୍ୟୁତ୍’ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି । ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ହେବ । ତେବେ ଯାଏଁ ଆମ ପରିବେଶ ସୁରକ୍ଷା ହୋଇପାରିବ। ଆଉ ଆମ ପୃଥିବୀ ସୁନ୍ଦର ହୋଇପାରିବ ।