ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି । ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ଜାଗାରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଜଢ଼ଉ ଜାରି ରହିଛି। ଏହି ରେଡ୍ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ସମ୍ୱଲପୁର ଟାଉନ ସ୍ଥିତ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ୟୁନିଟ୍-୨ ରେ ଥିବା ଆଉ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ସ୍ଥିତ ଏକ ମାର୍କେଟ୍ କମ୍ପ୍ଲେକ୍ସ, ଝାରସୁଗୁଡ଼ାରେ ଥିବା ଦୁଇଟି ହାଉସିଂ ବୋର୍ଡ ଘର, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଆର ଆଣ୍ଡ ବି ସବ-ଡିଭିଜନ କାର୍ଯ୍ୟାଳୟରେ ଥିବା ଅଫିସ ଚାମ୍ବର, ବଲାଙ୍ଗୀର ଟିଟଲାଗଡ଼ରେ ଥିବା ସରକାରୀ କ୍ୱାର୍ଟର ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।