ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ସହକାରୀ ଯନ୍ତ୍ରୀ ଚିନ୍ମୟୀ ଦ୍ୱିବେଦୀଙ୍କୁ ନିଲମ୍ବନ କରାଯାଇଛି। ଗୋପାଳପୁର ପଞ୍ଚାୟତରେ ହୋଇଥିବା ଏକ ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ପାସ୍ କରିଦେବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ସହକାରୀ ଯନ୍ତ୍ରୀ ଚିନ୍ମୟୀ ଦ୍ୱିବେଦୀ ୧୦% ପିସି ମାଗିବାର ଅଡିଓ ଭାଇରାଲ ହୋଇଥିଲା।ନିଲମ୍ବନ ଅବଧି ମଧ୍ୟରେ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ସହକାରୀ ଯନ୍ତ୍ରୀ ଚିନ୍ମୟୀ ଦ୍ୱିବେଦୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ପିଡି ଡିଆରଡିଏଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇପାରିବେ ନାହିଁ।