ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ। ପୂର୍ବରୁ ଏହି ରୋଗ 50 ବର୍ଷ ବୟସ ପରେ ହେଉ ଥିବାବେଳେ ବର୍ତ୍ତମାନ 30ରୁ 35 ବର୍ଷ ବୟସରେ ଲୋକଙ୍କୁ ଗ୍ରାସ କରୁଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ। ବିଶେଷକରି ଗର୍ଭାବସ୍ଥା ଏବଂ ମେନୋପୋଜ ସମୟରେ ଏହି ବିପଦ ବଢିଥାଏ। ଥାଇରଏଡ୍ ବଢିଗଲେ ଓଜନ ବୃଦ୍ଧିପାଏ ଏବଂ ହରମୋନ୍ ଅସନ୍ତୁଳିତ ହୋଇଯାଏ। ତେଣୁ ଥାଇରଏଡକୁ ନିୟନ୍ତ୍ରଣ କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। କେଉଁ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡ ନିୟନ୍ତ୍ରଣରେ ରହିବ ତାହା ଜାଣନ୍ତୁ
- ସଜନାରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଥାଏ, ଯାହା ଥାଇରଏଡ୍ ହରମନକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ। ତେବେ ଅଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ୍ ସି ଭରପୂର ପରିମାଣରେ ଥାଏ। ଅଅଁଳାରୁ ମିଳୁଥିବା ଉପାଦାନ ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରିବା ଫଳରେ ଥାଇରଏଡରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ। ଆଉ ମଧ୍ୟ ପଇଡ ପାଣି ସର୍ବୋତ୍ତମ।କାରଣ ଏହା ମେଟାବୋଲିଜିମରେ ଉନ୍ନତି ଆଣି ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।