ଅଭିନେତା ଆଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ହିଲ୍ସ ଘର ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର ମାଡ କରିଛନ୍ତି। ଜେଏସି ନେତାମାନେ ଏହି କାଣ୍ଡ କରିଥିବା ଅଭିଯୋଗ ହୋଇଛି ଏବଂ ପୋଲିସ ଜେଏସି ନେତାମାନଙ୍କୁ ଅଟକ ରଖିଛି।ଏହି ୮ ଜଣ ହେଲେ ଉସମାନିଆ ୟୁନିଭର୍ସିଟିର ଜଏଣ୍ଟ ଆକ୍ସ କମିଟି ସଦସ୍ୟ। ଗିରଫ କରି ଏମାନଙ୍କୁ ଜୁବ୍ଲି ହିଲ ଥାନାକୁ ନିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଓସମାନିଆ ୟୁନିଭର୍ସିଟି ଜଏଣ୍ଟ ଆକ୍ସନ କମିଟିର ସଦସ୍ୟମାନେ ଅଲ୍ଲୁ ଅର୍ଜୁନଙ୍କ ଘରେ ବଳପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ। ଏବଂ ଦଳଚକାଟରେ ମୃତ୍ୟୁ ହୋଇଥିବା ମହିଳା ଓ ତାଙ୍କ କୁନିପୁଅଙ୍କ ପାଇଁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।ଆଲୁ କହିଛନ୍ତି ଯେ. ଏହା ଏକ ଦୁର୍ଘଟଣା ଏବଂ ମୁଁ ପରିବାର ପ୍ରତି ସହାନୁଭୂତି ଦେଖାଉଛି। ମୁଁ କାହାକୁ ଦୋଷ ଦେବାକୁ ଚାହେଁ ନାହିଁ। ଅନେକ ଭୁଲ ତଥ୍ୟ ବିସ୍ତାର କରାଯାଉଛି । ଯାହା ଘଟିଛି ମୁଁ କ୍ଷମା ମାଗୁଛି। ସେଠାରେ କୌଣସି ରୋଡ ଶୋ ନ ଥିଲା, ଏ ବିଷୟରେ ଭୁଲ ତଥ୍ୟ ବିସ୍ତାର କରାଯାଉଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।