ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟ୍ । ଏକୁଟିଆ ପାଇ ଚୋର କଲେ ଦୁଷ୍କର୍ମ! ରବିବାର ରାତି ପ୍ରାୟ ୨ଟା, ପ୍ରଥମ ମହଲାରେ ଥିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ ଦୁଇ ଚୋର । ବାଲକୋନି କବାଟ ଖୋଲାଥିବାରୁ ଅତି ସହଜରେ ଘର ଭିତରକୁ ପଶିଗଲେ । ଘରେ ଥିବା ଆଲମାରୀରେ ଖୋଜାଖୋଜି କରିଥିଲେ । ଆଉ ଏତିକିବେଳେ ଘରେ ଥିଲେ ଜଣେ ବିବାହିତ ମହିଳା ଓ ତାଙ୍କର ୨ ବର୍ଷର କୁନି ଝିଅ । ମହିଳା ଜଣଙ୍କ ଉଠିଥିବାରୁ ଚୋରଙ୍କ ସହ ହେଲା ମୁହାଁମୁହିଁ । ହାତରେ ଛୁରୀ ଧରିଥିବା ଚୋର ମହିଳାଙ୍କୁ ଧମକାଇବା ଆରମ୍ଭ କଲେ । ଘରେ ରଖିଥିବା ସବୁ ସୁନା ଦେଇଦେବାକୁ ବାଧ୍ୟ କଲେ । ଚିତ୍କାର କଲେ ଜୀବନରୁ ମାରିଦେବାକୁ ଧମକ ଦେଲେ । ମହିଳା ଜଣକ ସୁନାର କାନ ଫୁଲ ପିନ୍ଧିଥିବାରୁ କାନ ଫୁଲ ଦେବାକୁ କହିଥିଲେ। କିନ୍ତୁ ଏତିକିରେ ସେମାନଙ୍କ ମନ ବୁଝିନଥିଲା।ଅନ୍ୟ ଉପାୟ ନପାଇ ମହିଳା ଜଣକ ଝିଅ ହାତରେ ମୋବାଇଲଟିଏ ଧରାଇ ଦେଇଥିଲେ। ଆଉ ତାପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଚୋର। ହାତରେ ଛୁରି ଧରିଥିବାରୁ, ପ୍ରତିବାଦ କଲେ କାଳେ ଝିଅକୁ ମାରିଦେବେ, ଏହି ଭୟରେ ଚୁପ ରହିଥିଲେ ମହିଳା। ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଚୋରି ସହ ଦୁଷ୍କର୍ମ ମାମଲା ରୁଜୁ କରିଛି ପୋଲିସ। ୨ ଚୋର ହିନ୍ଦୀରେ କଥା ହେଉଥିବାରୁ ରାଜ୍ୟ ବାହାରର ହୋଇଥିବା ଅନୁମାନ କରାଯାଉଛି।