ପୁଣି ରାଜଧାନୀରେ ବୀଭତ୍ସ ହତ୍ୟା। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ଜଣେ ପାଗଳପ୍ରେମୀ ହତ୍ୟା କରିଛନ୍ତି। ମୃତକ ଖଣ୍ଡଗିରି ଥାନା ଡୁଡୁଡୁମା ରଘୁନାଥ ନଗର ଜଗତ ମଲିକ ବୋଲି ଜଣାପଡିଛି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ସୂଚନାନୁସାରେ, ଜଗାଙ୍କ ଝିଆରୀଙ୍କୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକତରଫା ଭଲ ପାଉଥିଲେ। ଯାହାକୁ ବିରୋଧ କରୁଥିଲେ ଜଗା। ଏଣୁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ପାଗଳପ୍ରେମୀ ବୀଭତ୍ସ ଭାବେ ହତ୍ୟା କରିଥିବା ପୋଲିସ କହିଛି। ଗତକାଲି ରାତି ୧୨ଟାରେ ଜଗତ ଘରକୁ ସ୍କୁଟିରେ ଫେରିବା ବେଳେ ଅନ୍ଧାରୁଆ ସ୍ଥାନରେ ଏହି ହତ୍ୟାକାଣ୍ଡ ଘଟିଛି । ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରିଛି ଅଭିଯୁକ୍ତ । ଫଳରେ ଘରଠାରୁ ମାତ୍ର ୧୦୦ ମିଟର ଦୂରତାରେ ଗାଡ଼ିରୁ ତଳକୁ ପଡ଼ିଯାଇଥିଲେ ଜଗତ । ହତ୍ୟାକାରୀ ନାବାଳକ ପୁଅର ବାପା ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।