ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ବିଦେଶରେ କାର୍ଯ୍ୟରତ ପି.ଭେଙ୍କଟ ରମଣ ନାମକ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଅପହରଣ ଘଟଣା। ଅପହରଣ ହୋଇଥିବା ଯୁବଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଟୁଇଟ ଯୋଗେ ଅନୁରୋଧ କରିଲେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି, ଭେଙ୍କଟରମଣ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟ ବ୍ଲକର ସମରାଝୋଲ ଗ୍ରାମର। ତାଙ୍କୁ ମାଲିରେ ଆତଙ୍କବାଦୀମାନେ ଅପହରଣ କରିଛନ୍ତି ଏବଂ ସେବେଠାରୁ ପରିବାର ସହିତ ଯୋଗାଯୋଗରେ ନାହାନ୍ତି। ସେ ଏହି ମାମଲାରେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି।
ମାଲିର କାୟେସ ସହରରେ ଅବସ୍ଥିତ ଡାଇମଣ୍ଡ ସିମେଣ୍ଟ କାରଖାନା ଉପରେ ଆକ୍ରମଣରେ ତିନି ଜଣ ଭାରତୀୟଙ୍କୁ ଅପହରଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଶ୍ଚିତ କରିଛି।