ଭାରତର ସର୍ବବୃହତ ବାଣିଜ୍ୟିକ ଯାନ ନିର୍ମାତା ଟାଟା ମୋଟର୍ସ ଟ୍ରକରେ ଫ୍ୟାକ୍ଟ୍ରି-ଫିଟେଡ୍ ଏୟାର କଣ୍ଡିସନିଂ ସିଷ୍ଟମ୍ ଲଞ୍ଚ କରିଛି । ଏହାର ଲଞ୍ଚ ପରେ ଏବେ ଟ୍ରକ୍ ଡ୍ରାଇଭରମାନଙ୍କୁ କ୍ୟାବିନ୍ରେ ପୃଥକ ଏସି ସିଷ୍ଟମ୍ ଲଗାଇବାକୁ ପଡ଼ିବ ନାହିଁ । ଏବେ ଟାଟା ମୋଟର୍ସର SFC, LPT, Ultra, Signa ଏବଂ Prima କ୍ୟାବିନ୍ ଉପଲବ୍ଧ ହେବ । ଏହି ପଦକ୍ଷେପ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଗତ ଡିସେମ୍ବର ୨୦୨୪ରେ ଜାରି ହୋଇଥିବା ଗେଜେଟ ବିଜ୍ଞପ୍ତିକୁ ଆଧାର କରି ନିଆଯାଇଛି । ଏହି ବିଜ୍ଞପ୍ତି ଅନୁସାରେ, ୧ ଅକ୍ଟୋବର ୨୦୨୫ ପରେ ନିର୍ମିତ ସମସ୍ତ N2 ଓ N3 ଶ୍ରେଣୀର ଗାଡ଼ିର କ୍ୟାବିନରେ ଏସି ସିଷ୍ଟମ ଲାଗିବା ବାଧ୍ୟତାମୂଳକ ।କମ୍ପାନୀ ନିଜ ସମସ୍ତ ଟ୍ରକ୍ ପୋର୍ଟଫୋଲିଓରେ ଫ୍ୟାକ୍ଟ୍ରି-ଫିଟେଡ୍ ଏୟାର କଣ୍ଡିସନିଂ ସିଷ୍ଟମ ଲଞ୍ଚ୍ କରିଦେଇଛି । ଏହି ସୁବିଧା ଏବେ ଟାଟାର ସମସ୍ତ ଟ୍ରକର କ୍ୟାବିନ୍ସ ସହିତ କାଉଲରେ ମଧ୍ୟ ମିଳିବ ।