ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ବର୍ତ୍ତମାନ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଗଣେଶ ୯ ନଭେମ୍ବର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗଣେଶଙ୍କ ପରିବାର ଏକ ଭାବପ୍ରବଣ ବିବୃତ୍ତିରେ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ତାମିଲ ସିନେମାରେ ଏକ ପରିଚିତ ଅଭିନେତା ଭାବେ କାମ କରିଛନ୍ତି । ବିଭିନ୍ନ ପ୍ରକାର ଭୂମିକାରେ ଅଭିନୟ କରିଛନ୍ତି । କମେଡି ହେଉଥିବା ଅବା ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ତାମିଲ ସିନେମାରେ ରଜନୀକାନ୍ତ, କମଲ ହାସନଙ୍କ ଭଳି କଳାକାରଙ୍କ ସହିତ କାମ କରିଛନ୍ତି । ଗଣେଶ ନିଜର କ୍ୟାରିଅର ୧୯୭୬ରେ ଆରମ୍ଭ କରିଥିଲେ ।। ଗଣେଶ ୧୯୭୬ ମସିହାରେ ପ୍ରସିଦ୍ଧ କେ ବାଲାଚନ୍ଦ୍ରଙ୍କ ଦ୍ଵାରା ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଯିଏ ତାଙ୍କୁ ମଞ୍ଚ ନାମ ‘ଦିଲ୍ଲୀ ଗଣେଶ’ ମଧ୍ୟ ଦେଇଥିଲେ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।