ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ନିଜ ନୂଆ ଦଳର ପତାକା ଉନ୍ମୋଚନ କରିଛନ୍ତି। ଗୁରୁବାର ସକାଳେ ପାନାଇୟୁରସ୍ଥିତ ଦଳୀୟ ମୁଖ୍ୟାଳୟଠାରେ ଦଳର ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସେ ଏହାକୁ ଉନ୍ମୋଚନ କରିଛନ୍ତି। ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବିଜୟ ଅନ୍ୟତମ ସଫଳ ଅଭିନେତା । ବିଶେଷ କରି ଯୁବକ ଏବଂ ମହିଳାମାନଙ୍କ ମଧ୍ୟରେ ସେ ବହୁତ ପ୍ରସିଦ୍ଧ ।ପତାକା ଲଞ୍ଚ କାର୍ଯ୍ୟକ୍ରମରେ ବିଜୟ ଏହି ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଦଳ ଖୁବ୍ ଶୀଘ୍ର ଏକ ମେଗା ସମ୍ମିଳନୀ ଆୟୋଜନ କରିବ। ଯେଉଁଠାରେ ସେମାନେ TVK ର ନୀତି ଏବଂ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରିବେ।
ତେବେ ଅଭିନେତା ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରିକାଜାଗାମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗତ ଫେବୃୟାରୀରେ ବିଜୟ ଟିଭିକେ ପାର୍ଟି ଗଠନ କରିଥିଲେ। ଅଗଷ୍ଟ ୨୨ରେ ଦଳର ପତାକା ଉନ୍ମୋଚନ ହେବ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଆଜିଠାରୁ ତାମିଲନାଡୁର ପରିସ୍ଥିତି ପୂର୍ବ ତୁଳନାରେ ଉନ୍ନତ ହେବ ବୋଲି ପତାକା ଉନ୍ମୋଚନ ଅବସରରେ ବିଜୟ କହିଛନ୍ତି।