ନିୟମିତ ରୂପରେ ଚାଲିବା ଦ୍ୱାରା ହୃଦୟ ପାଇଁ ଖୁବ୍ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। କୋଲେଷ୍ଟେରୋଲ୍ ସ୍ତର କମ୍ ହେବାରେ ସହାୟକ ହୋଇଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ ।ସାଧାରଣତଃ ରାତିରେ ଖାଦ୍ୟ ଖାଇବାର ୨୦ ମିନିଟ ପରେ ଚାଲିବା ଉଚିତ୍ । ୩୦ ମିନିଟ୍ ପରେ ମଧ୍ୟ ଚାଲି ପାରିବେ । ମାତ୍ର ୧ ଘଣ୍ଟା ମଧ୍ୟରେ ଚାଲିବା ସବୁଠାରୁ ଉତ୍ତମ ।ରାତିରେ କିଛି ସମୟ ଚାଲିବା ଦ୍ୱାରା କ୍ୟାଲୋରୀ ହ୍ରାସ କରିଥାଏ । ଏହାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ । ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ ।କିଛି ସମୟ ଚାଲିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମସ୍ତିଷ୍କ ଶାନ୍ତ ରହିଥାଏ । ମନକୁ ମଧ୍ୟ ଶାନ୍ତ ରଖିଥାଏ ।କିଛି ସମୟ ଚାଲିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ।