ବଲିଉଡ ଅଭିନେତ୍ରୀ ସନି ଲିଓନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାନ୍ତି | ଆଜିକାଲି ସେ ନିଜ ପ୍ରଫେସନ ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡିତ ସବୁ ଅପଡେଟ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି | ତାଙ୍କ ପ୍ରାରମ୍ଭିକ ଯାତ୍ରା ଯେମିତି ହୋଇଥାଉ ନା କାହିଁକି, ବର୍ତ୍ତମାନ ସେ ଜଣେ ଖ୍ୟାତନାମା ବଲିଉଡ ତାରକା ।ବଲିଉଡ ଚଳଚ୍ଚିତ୍ର ଓ ଗୀତରେ ନିଜ ସାହସିକତାର ପ୍ରଦର୍ଶନ ଯୋଗୁଁ ସବୁବେଳେ ହେଡଲାଇନ ସୃଷ୍ଟି କରନ୍ତି ସନ୍ନି ଲିଓନ । ସେ ଏବେ ୪୦ ବର୍ଷର ହୋଇଛନ୍ତି ।
ମେ ୧୩, ୧୯୮୧ରେ ଜନ୍ମ ଗ୍ରହଣ କରିଥିବା ସନ୍ନିଙ୍କ ପ୍ରକୃତ ନାମ ହେଉଛି କରନଜୀତ କୌର୍ (Karenjit Kaur) ।ତାଙ୍କ ବ୍ୟକ୍ତିଗତ ଜୀବନ କୌଣସି ଏକ ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ ।ବଲିଉଡରେ ଯୋଗଦେବା ପୂର୍ବରୁ ସନ୍ନି ଜଣେ ପ୍ରସିଦ୍ଧ ପର୍ଣ୍ଣ ଅଭିନେତ୍ରୀ (porn actress) ଥିଲେ । ସନି ଲିଓନି ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ ୨’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମ ସହିତ ସେ ପ୍ରାୟତ ଟିଭି ଶୋ’ରେ ମଧ୍ୟ ଦେଖାଦେଇଥାନ୍ତି ଏବଂ ସ୍ପ୍ଲିଟ୍ସଭିଲ୍ଲାର ହୋଷ୍ଟ ଭାବରେ ତାଙ୍କର ପରିଚୟ ହୋଇପାରିଛି, ଯେଉଁଠାରେ ସେ ରଣବିଜୟଙ୍କ ସହିତ ଦେଖାଯାଉଛନ୍ତି |ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।