ବୀର ଶ୍ରୀ ଗଜପତି କପିଳେନ୍ଦ୍ର ଦେବ ମହାରାଜ ୧୪୬୦ ରେ ଦାକ୍ଷିଣାତ୍ୟ ବିଜୟ କରି ୧୬ ଟି ହାତୀ ପିଠିରେ ଜୟକରିଥିବା ସୁବର୍ଣ୍ଣ, ହୀରା, ନୀଳାଦି ବହୁମୂଲ୍ଯ ଦ୍ରବ୍ଯ ଅଳଙ୍କାର ଓଡ଼ିଶା ଆଣି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଶ୍ରୀରଙ୍ଗା ଚରଣ ରେ ସର୍ବଶ୍ବ ସମର୍ପଣ କରିଥିଲେ ଓ ସେହି ସୁବର୍ଣ୍ଣ ଓ ରତ୍ନ ପଥରକୁ ବ୍ୟବହାର କରି ମହାପ୍ରଭୁ ଙ୍କ ସୁବର୍ଣ୍ଣ ଅଳଙ୍କାର କରି ଶ୍ରୀଅଙ୍ଗ ରେ ଲାଗି କରାଇଥିଲେ ଓ ରଥଯାତ୍ରା ସମୟରେ ମହାପ୍ରଭୁ ଙ୍କୁ ଏହି ସୁନାବେଶ କରାଇ ଓଡ଼ିଆ ଗଜପତି ଙ୍କ ବୀରତ୍ୱ ର ପ୍ରଦର୍ଶନୀ ସର୍ବସାଧାରଣ ରେ କରାଇଥିଲେ। ସେ ଚାହିଁଥିଲେ ସବୁ ଧନ ସମ୍ପତ୍ତି ସୁନା ହୀରା ନିଜ ଉପଭୋଗ କରିପାରିଥାନ୍ତେ କିନ୍ତୁ ସେ ସର୍ବସ୍ବ ଏ ଜାତିର ପ୍ରାଣ ଧନ ଏକଛତ୍ରବାଦୀ ମଣିମା ଙ୍କୁ ସମର୍ପଣ କରି କାଳଜୟୀ ହୋଇଯାଇଛନ୍ତି। ସେହିଦିନ ଠାରୁ ଅଦ୍ୟାବଧି ବାହୁଡ଼ାଯାତ୍ରା ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଲ ଏକାଦଶୀ ରେ ରଥ ଉପରେ ଶ୍ରୀ ମହାପ୍ରଭୁ ମାନଙ୍କ ବଡ଼ତଢାଉ ବେଶ ଅନୁଷ୍ଠିତ ହୋଇ ଆସୁଅଛି। ଉତ୍ତର ରେ ଗଙ୍ଗା ଠାରୁ ଦକ୍ଷିଣ ରେ ତିରୁଚିନାପଲ୍ଲୀ ର ଗୋଦାବରୀ ଯାଏଁ ଉତ୍କଳ ସାମ୍ରାଜ୍ଯ ବିସ୍ତାର କରିଥିବା ମହାବଳୀ ଚକ୍ରବର୍ତ୍ତୀ ସମ୍ରାଟ ବୀର ଶ୍ରୀ ଗଜପତି କପିଳେନ୍ଦ୍ର ଦେବ ମହାରାଜ ଙ୍କୁ ଏ ଓଡ଼ିଆ ଜାତି ସତ କୋଟି ପ୍ରଣାମ ଜଣାଉଛି।