ଲୋକଙ୍କ ମନରେ ସୁଭଦ୍ରା ଯୋଜନାକୁ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିବା ପାଇଁ ଯାଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ଓ ଆବେଦନ ପ୍ରକ୍ରିୟା ଜାରି ରହିବ ।
ସେହିପରି ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯିବ, ପ୍ରଥମେ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ଜାଣିବା ପାଇଁ ୧ ଟଙ୍କା ପଠାଯିବ । ଏହାପରେ ପର୍ଯ୍ୟାୟକ୍ରମେ କିସ୍ତି ଟଙ୍କା ମିଳିବ । ତେବେ ଟଙ୍କା ପଠାଯିବା ପରେ SMS ମାଧ୍ୟମରେ ସୂଚନା ଦିଆଯିବ ।