କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳି ଅଭ୍ୟାସ ଦ୍ୱାରା ବୁଦ୍ଧିମତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। କାରଣ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ ସେମାନେ ଏଭଳି ବିଷୟରେ ଜାଣିବାକୁ ପାଇଥିଲେ। ଏଥିଯୋଗୁ ପେଟରେ ଅମ୍ଳ ବା ଏସିଡିଟି ବଢ଼ିଯାଇଥାଏ।
ଅନ୍ୟପକ୍ଷରେ ଆବଶ୍ୟକତାଠାରୁ ଅଧିକ ଥର ଚା’ ପିଇଲେ ତାହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ରହିଛି |ଏଭଳିି ମତବ୍ୟକ୍ତ କରିଛନ୍ତି ୱାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ ଜାଣିପାରିଛନ୍ତି ଯେ ଆବଶ୍ୟକତାଠାରୁ ଅଧିକ ଥର ଏବଂ ପରିମାଣର ଚା’ ପିଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ।