ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାସହ, ଇ-କମର୍ସ କମ୍ପାନୀଗୁଡ଼ିକର ଅନିୟମିତ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଅନୁରୋଧ କରିଛି। CAIT ଏକ ସଂକଳ୍ପ ଗ୍ରହଣ କରି ପାକିସ୍ତାନ ସହ ସମସ୍ତ ଆମଦାନୀ ଓ ରପ୍ତାନୀ ବନ୍ଦ କରିବାକୁ ଘୋଷଣା କରିଛି। CAITର ମହାସଚିବ ତଥା ଚାନ୍ଦନୀଚୌକର ଏମପିପ୍ରବୀଣ ଖାଣ୍ଡେଲୱାଲ କହିଛନ୍ତି, ଏକ ଶତ୍ରୁତାପୂର୍ଣ୍ଣ ଦେଶ ସହ ବାଣିଜ୍ୟ ବଜାୟ ରଖିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ବ୍ୟାପାରୀ ସମୁଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସାର୍ବଭୌମତ୍ୱ ଓ ବାଣିଜି୍ୟକ ସ୍ବାଧୀନତା ରକ୍ଷା ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ।