ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ତ ପୁଣି ୩ ବର୍ଷ ପାଇଁ ହୋଇଛନ୍ତି ବ୍ୟାନ୍ । ଏହି ମାମଲା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସଞ୍ଜୁ ସାମସନଙ୍କୁ ଟିମ୍ ଇଣ୍ଡିଆ ସ୍କ୍ବାର୍ଡରେ ସାମିଲ ନ କରାଯିବା ସହ ଜଡିତ । କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରକାଶ, ବିଜୟ ହଜାରେ ଟ୍ରଫି ୨୦୨୪-୨୫ ସିଜିନ୍ ଆରମ୍ଭ ହେବା ପୂର୍ବରୁ ସଞ୍ଜୁ ସାମସନ୍ ଦଳର ଅଭ୍ୟାସ ଶିବିରରେ ଯୋଗଦେବା ପାଇଁ ମନା କରିଥିଲେ । ଏହାପରେ କେରଳ କ୍ରିକେଟ୍ ଟିମରେ ତାଙ୍କୁ ସାମିଲ କରାଯାଇ ନଥିଲା । ଯେଉଁ କାରଣରୁ ତାଙ୍କର ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେବାର ସମ୍ଭାବନା କମିଯାଇଥିଲା ।
୨୦୨୫ ଚାମ୍ପିୟନ୍ସ ଟ୍ରଫି ଟିମରେ ସଞ୍ଜୁ ସାମସନ୍ ଭାରତୀୟ ଦଳରୁ ବାହାରେ ରହିବା ନେଇ ଏସ୍ ଶ୍ରୀସନ୍ଥ କେସିଏକୁ (କେରଳ କ୍ରିକେଟ୍ ଆସୋସିଏସନ୍) ଦାୟୀ କରିଥିଲେ । ଏହାପରେ କେସିଏ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ।