ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ତା’ର ତୃତୀୟ ଟି୨୦ ଟ୍ରଫି ପାଇଁ ଲକ୍ଷ୍ୟ ରଖିବ, ଯେତେବେଳେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ବିଶ୍ୱକପ ଟାଇଟଲ ପାଇଁ ଲକ୍ଷ୍ୟ ରଖିବ। ବିଜେତା ଦଳ ଉପରେ ଟଙ୍କା ବର୍ଷା ହେବ, ଯେତେବେଳେ ପରାଜିତ ଦଳ ମଧ୍ୟ ଧନୀ ହେବ।ଆଇସିସି ଟି୨୦ ବିଶ୍ବକପ ପାଇଁ ମୋଟ ୧୩.୫ ମିଲିଅନ ଡଲାର ଅର୍ଥାତ୍ ୧୨୦ କୋଟି ଟଙ୍କାରୁ ଅଧିକ ପୁରସ୍କାର ରାଶି ରହିଛି । ୨୦୨୪ ପୁରସ୍କାର ରାଶି ଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ । ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରସାରଣ ଏବଂ ସ୍ପନସରସିପ ଅଧିକ ଆୟ କରିଛି । ଯେଉଁଥି ପାଇଁ ପୁରସ୍କାର ରାଶି ବୃଦ୍ଧି ହୋଇଛି ।ଯେଉଁ ଦଳ ସେମିଫାଇନାଲରେ ପରାଜିତ ହୋଇଥିଲେ ସେମାନଙ୍କୁ ପ୍ରାୟ ୭ କୋଟି ୨୪ ଲକ୍ଷ, ପଞ୍ଚମରୁ ଦ୍ୱାଦଶ ସ୍ଥାନ ଅଧିକାର କରିଥିବା ଟିମ୍ କୁ ପ୍ରାୟ ୩ କୋଟି ୪୮ ଲକ୍ଷ ଏବଂ ୧୩ ରୁ ୨୦ତମ ସ୍ଥାନରେ ଥିବା ଦଳକୁ ପ୍ରାୟ ୨ କୋଟି ୨୯ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ।
ଏଥର T-20 ବିଶ୍ୱକପ୍ ବିଜେତାଙ୍କ ଉପରେ ଟଙ୍କାର ବର୍ଷା କରିବ ICC
By madhulekha1 Min Read
