ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଦେଇଛି ICC । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ କହିଛି ଯେ, ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବା ପାଇଁ ବାଂଲାଦେଶର ଦାବି ଗ୍ରହଣ କରାଯିବ ନାହିଁ । ବାଂଲାଦେଶ ଦଳ ଭାରତରେ କୌଣସି ଗମ୍ଭୀର ବିପଦର ସମ୍ମୁଖୀନ ହେଉନାହିଁ । ଆଉ ବାଂଲାଦେଶ ଏବେ ଭାରତରେ ଏହାର ସମସ୍ତ ନିର୍ଦ୍ଧାରିତ ମ୍ୟାଚ୍ ଖେଳିବାକୁ ବାଧ୍ୟ ହେବ ।ଫେବ୍ରୁଆରୀ ୭ରୁ ଆରମ୍ଭ ହେବ ଟି-ଟ୍ବେଣ୍ଟି ବିଶ୍ବକପ୍। ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ଦେଖାଇବା ସହ ଆଇସିସିର ଦ୍ବାରସ୍ଥ ହୋଇଥିଲା ବାଂଲାଦେଶ କ୍ରିକେଟ ବୋର୍ଡ। ବାଂଲାଦେଶ କ୍ରିକେଟ ପରାମର୍ଶଦାତା ଆସିଫ ନଜରୁଲ ଏନେଇ ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲେ।
ଯାହାକୁ ମିଛ କହିବା ସହ ଆଇସିସି କହିଛି ଯାଞ୍ଚ ବେଳେ ବାଂଲାଦେଶ ଖେଳାଳିଙ୍କୁ ଭାରତରେ କୌଣସି ବିପଦ ନାହିଁ ବୋଲି ଜଣା ପଡିଛି।
