ଆଜି ସାରା ବିଶ୍ୱରେ ପାଳିତ ହେଉଛି ‘ବିଶ୍ୱ ପରିବେଶ ଦିବସ’। ଚଳିତ ବର୍ଷର ସ୍ଲୋଗାନ ରହିଛି, ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ । ୧୯୭୨ ଜୁନ ୫ରେ, ମିଳିତ ଜାତିସଂଘ ଏହି ଦିନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ପ୍ରଥମେ ୧୯୭୨ ଜୁନ ୫ ରେ ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ପାଳନ କରାଯାଇଥିଲା । ଏଥିରେ ମୋଟ ୧୧୯ଟି ଦେଶ ଅଂଶଗ୍ରହଣ କରିଥିଲେ । ଏହା ସହିତ, ଏହା ୧୯୭୪ ମସିହାରେ ଆମେରିକାର ସ୍ପୋକାନେରେ ପ୍ରଥମ ଥର ପାଇଁ ‘କେବଳ ଗୋଟିଏ ପୃଥିବୀ’ ଥିମ୍ ସହିତ ପାଳନ କରାଯାଇଥିଲା । ସେହି ଦିନ ଠାରୁ ପ୍ରତିବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଏ । ପରିବେଶ ଉପରେ ଲୋକଙ୍କୁ ଅବଗତ କରାଇବାକୁ ନେଇ ଏହି ଦିବସ ପାଳନ କରାଯାଇଥାଏ ।ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ।ଲଗାତାର ବଢ଼ୁଥିବା ତାପମାତ୍ରା, ଅଦିନିଆ ପାଣିପାଗ ଏବଂ ବିପନ୍ନ ଜୀବଜଗତ ଆମକୁ ସଂକେତ ଦେଉଛନ୍ତି ଯେ ଆମେ ଏବେ ସତର୍କ ନହେଲେ ବହୁତ ବିଳମ୍ବ ହୋଇଯିବ । UNEP ପକ୍ଷରୁ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ଜଳ ଓ ଶକ୍ତିର ସଂରକ୍ଷଣ କରିବା ସହ ନିରାମିଷ ଖାଦ୍ୟ ଶୈଳୀ ଆପଣାଇବାକୁ ଅପିଲ୍ କରାଯାଇଛି । ଅନେକ ଲୋକଙ୍କର ଛୋଟ ଛୋଟ ପ୍ରୟାସ ହିଁ ପୃଥିବୀରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି UNEP କହିଛି । ଓଡ଼ିଶାରେ ମଧ୍ୟ ଏହି ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି । ରାଜ୍ୟ ବନ ବିଭାଗ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭୁବନେଶ୍ୱର, କଟକ ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ
ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ
By madhulekha2 Mins Read
