ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର।ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏଁ ଚାଲିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି । ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ ଯେଉଁମାନେ ୧୦ ହଜାର ଟଙ୍କା ଯାଏଁ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ । ଏହା ଛଡା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀର ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ଜମାକାରୀବି ଉପକୃତ ହେବେ । ଜମାକାରୀମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ରାଶି ଫେରିପାଇବେ । ଅଧିକ ତଥ୍ୟ ପାଇଁ ସରକାରଙ୍କ ତରଫରୁ ୦୬୭୪୨୩୯୫୧୫୩ ଜାରି ହୋଇଛି ଯୋଗାଯୋଗ ନମ୍ବର ।ଏଥିପାଇଁ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ, ପାନ କାର୍ଡ, ମୂଳ ଜମା ରସିଦ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଇତ୍ୟାଦି ଦାଖଲ କରିବାକୁ ହେବ।http://opid.odisha.gov.in ୱେବସାଇଟ୍ରେରେ ଜମାକାରୀଙ୍କ ତଥ୍ୟ ଉପଲବ୍ଧ ରହିଛି। ଜିଲ୍ଲା ସରକାରୀ ୱେବସାଇଟ୍ରେ ଫେରସ୍ତ ପାଇନଥିବା ଜମାକାରୀଙ୍କ ତାଲିକା ରହିଛି। କମ୍ପାନୀ ଆପ୍ଲିକେସନ୍ ନମ୍ଵର ଦେଇ ଏହି ୱେବସାଇଟ୍ରେ ଆବେଦନ ପତ୍ରର ସ୍ଥିତି ସମ୍ପର୍କରେ ଯାଞ୍ଚ କରିପାରିବେ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ । ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
