ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହି ସମୟରେ ସାଦା ପୋଷାକରେ ନଜର ଆସିଥିଲେ ଅରିଜିତ୍ ସିଂ । ଅରିଜିତଙ୍କୁ ପାଖରେ ପାଇ ଘେରି ଯାଇଥିଲେ ଫ୍ୟାନ୍ସ । କିଏ ସେଲ୍ଫି ନେଉଥାଏ ତ କିଏ ଭିଡିଓ କରୁଥାଏ । ନିଜ ମନ ପସନ୍ଦର ଗାୟକଙ୍କୁ ହଠାତ ପାଖରେ ପାଇ ଖୁସିରେ ବିଭୋର ହୋଇ ଉଠିଥିଲେ ପିଲା ଠୁ ବୟସ୍କ ।ତେବେ ଗଡ଼ମଧୁପୁର ଅଞ୍ଚଳକୁ ଅରିଜିତଙ୍କ ଏହି ଅଚାନକ ଗସ୍ତର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ କୌଣସି ସୁଟିଂ କରିବା ପାଇଁ ଆସିଥିବା ସନ୍ଦେହ କରାଯାଉଛି ।ବେଶ ଚର୍ଚ୍ଚିତ କଳାକାର ହେଉଛନ୍ତି ଅରିଜିତ ସିଂ । ହିନ୍ଦୀ ଗାୟକଙ୍କ ମଧ୍ୟରେ ସେ ଜଣେ ଆଗ ଧାଡିର ସଫଳ କଳାକାର ଭାବେ ଖୁବ ପରିଚିତ । ଅରିଜିତ ସିଂ ଜଣେ ଏଭଳି ସିଙ୍ଗର ଯିଏ ନିଜ ସ୍ୱରରେ ସମସ୍ତଙ୍କ ହୃଦୟକୁ ଜିତିବାରେ ସଫଳ ହୋଇପାରିଛନ୍ତି । ଖୁବ କମ ବୟସରେ ସମସ୍ତଙ୍କ ପସନ୍ଦର କଳାକାର ହୋଇପାରିଛନ୍ତି ଅରିଜିତ ।
ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ
By madhulekha1 Min Read
