ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ । ସାମୟିକ ଭାବେ ବସ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ । ଆଜି ପରିବହନ କମିଶନରଙ୍କ ସହିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।ଡିଜେଲ ଦର ସହିତ ଲୁବ୍ରିକାଣ୍ଟ, ଟାୟାର, ବୀମା, ବ୍ୟାଟେରୀ, ସୁଧ ହାର, କର୍ମଚାରୀଙ୍କ ଦରମା ଆଦି ବଢିଛି। ଗତ ୬ ବର୍ଷ ଧରି ଏ ସମସ୍ତ ଦିଗକୁ ଧ୍ୟାନ ଦେଇ ଭଡ଼ା ବୃଦ୍ଧି ହୋଇ ନାହିଁ । ଏ ସବୁ ଦିଗକୁ ଦେଖି ଭଡା ବୃଦ୍ଧି କରିବାକୁ ଦାବି ରଖାଯାଇଥିବା କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ।ସୂଚନା ଅନୁଯାୟୀ, ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ସେମାନଙ୍କର ଦାବି ପୂରଣ କରିବା ପାଇଁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରକାର ସେମାନଙ୍କର ସମସ୍ୟାର ସମାଧାନ ନକରନ୍ତି, ତେବେ ପୁଣିଥରେ ଧର୍ମଘଟ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ । ଦାବି ପୂରଣ ନହେଲେ ପୁଣି ଧର୍ମଘଟ ଚେତାବନୀ
By madhulekha1 Min Read
