ପଶ୍ଚିମ ଏସିଆ ବିବାଦ ଯୋଗୁଁ ଖାଦ୍ୟ ଓ ଜାଳେଣି ଦର ବୃଦ୍ଧି ପାଇଛି। ଫଳରେ ଗତ ମେ’ ମାସରେ ଦେଶର ଖୁଚୁରା ଦରଦାମ୍ ବୃଦ୍ଧି ପାଇ ୩.୯୩ ପ୍ରତିଶତରେ ପହଞ୍ଚିଛି। ଜୁନ୍ ମାସର ମୋନିଟାରି ପଲିସି ବୈଠକରେ ଆରବିଆଇ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ସଂଶୋଧନ କରିଥିଲା। ପୂର୍ବରୁ ଏହା ୪.୬ ପ୍ରତିଶତ ଥିବାବେଳେ, ଏହାକୁ ବଢ଼ାଇ ୫.୧ ପ୍ରତିଶତ କରାଯାଇଛି। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ହାର ୩.୪୮ ପ୍ରତିଶତ ଥିବାବେଳେ ମେ’ ମାସରେ ଏହା ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀରେ ଲାଗୁ ହୋଇଥିବା ନୂଆ ସଂଶୋଧିତ ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI) ଆଧାରରେ ଏହା ଏପର୍ଯ୍ୟନ୍ତର ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ତେବେ ଏହା ଆରବିଆଇ’ର ନିୟନ୍ତ୍ରଣ ସୀମା ମଧ୍ୟରେ ରହିଛି।ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି। କିନ୍ତୁ ଦୁର୍ବଳ ମୌସୁମୀ ପ୍ରଭାବରେ ଖାଦ୍ୟ ପଦାର୍ଥର ଦର ଆଗକୁ ବଢ଼ିପାରେ। ଆସନ୍ତା ଅକ୍ଟୋବରରୁ ଆରବିଆଇ ସୁଧ ହାରରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ହେବାର ଆଶଙ୍କା ରହିଛି।
ମେ’ ମାସରେ ଦେଶର ମୁଦ୍ରାସ୍ଫୀତି ୩.୯୩ ପ୍ରତିଶତରେ ପହଞ୍ଚିଛି।ପୁଣି ମହଙ୍ଗା ହେବ ଖାଦ୍ୟପଦାର୍ଥ
By madhulekha1 Min Read
