ଭାରତକୁ ଅନ୍ତର୍ଜାତୀୟ ମଞ୍ଚରେ ବଡ ସଫଳତା ।ପ୍ରଥମ ଥର ପାଇଁ ଭାରତକୁ ମନି ଲଣ୍ଡରିଂ ଏବଂ ଟେରର ଫାଇନାନସିଂ ବିରୋଧରେ ଲଢିବା ଦିଗରେ ସଫଳକା ମିଳିଛି । ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ତଥା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସଚିବ ବିବେକ ଅଗ୍ରଓ୍ୱାଲଙ୍କୁ ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ ବା ଏଫଏଟିଏଫର ଉପାଧ୍ୟକ୍ଷ ପଦ ଦିଆଯାଇଛି ।ପ୍ରଥମ ଥର ପାଇଁ ଭାରତକୁ ଏଫଏଟିଏଫ ଭଳି ବୈଶ୍ୱିକ ସଂସ୍ଥାରେ ଉପାଧ୍ୟକ୍ଷ ପଦ ମିଳିଛି । ତାଙ୍କୁ ସଂସ୍ଥାର କୋର୍ ସଦସ୍ୟମାନେ ଚୟନ କରିଛନ୍ତି । ସେ ସଂସ୍ଥାକୁ ଆଗକୁ ବଢାଇବା ଦିଗରେ ସଭାପତି ବା ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବେ । ପ୍ୟାରିସ ସ୍ଥିତ ଏଫଏଟିଏଫରେ କୌଣସି ଭାରତୀୟଙ୍କୁ ସମ୍ମାନଜନକ ପଦ ମିଳିବା ଦେଶ ପାଇଁ ଗୌରବର ବିଷୟ ଅଟେ ।
ଭାରତକୁ FATFର ଉପାଧ୍ୟକ୍ଷ ପଦ : ପ୍ରଥମ ଥର ପାଇଁ ମିଳିଲା ବଡ ସଫଳତା
By madhulekha1 Min Read
