ଭିଜିଲାନ୍ସ ପଞ୍ଝାରେ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍।ଖବର ଅନୁସାରେ, ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଏବଂ କଟକର ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । କେନ୍ଦୁଝର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟକୁ ନେଇ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ଠାବ ହୋଇଛି । ଏହି ଚଢା଼ଉରେ ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ଚଢାଉରେ ସାମିଲ୍ ରହିଛନ୍ତି । ସେହିପରି ବାବୁଙ୍କର ହାଟଡିହିର ବସନ୍ତିଆ ବଜାରରେ ମା ସରସ୍ୱତୀ ସେଲ୍ସ ନାଁରେ ଦୁଇଟି ଗୋଦାମ, ବିଦ୍ୟାଧର ପୁରରେ ଇଲେକ୍ଟ୍ରୋନିକ୍ସ ଦୋକାନ, ହାଟଡିହିର ପଢ଼ିଆରିପାଲି ଗ୍ରାମରେ ପୈତୃକ ଘର, କେଉଁଝର ଜିଲ୍ଲା, ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।
ଭିଜିଲାନ୍ସ ପଞ୍ଝାରେ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର
By madhulekha1 Min Read
