ପୁଣି ଚୌଦ୍ବାର ଜେଲ୍ ମାମଲାରେ ବିବାଦୀୟ ମୋଡ଼। ଥାନାରେ ତତ୍କାଳୀନ ଜେଲରଙ୍କ ଏତଲା। ମାମଲା ପ୍ରତ୍ୟାହାର ପାଇଁ ଉପରିସ୍ଥ ଅଧିକାରୀଙ୍କ ଚାପ ଅଭିଯୋଗ। ମାମଲା ପ୍ରତ୍ୟାହାର କଲେ, ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରାଯିବ ବୋଲି ସର୍ତ୍ତ ରଖାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ କରିଛନ୍ତି ସର୍କଲ ଜେଲ ପୂର୍ବତନ ଜେଲର ସନ୍ତୋଷିନୀ ଦାସ । ଗତ ୨୦ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ସୁପରିଣ୍ଟେଡେଣ୍ଟ ସୁଜିତ ରାଉଳ। ଏବେ ତାଙ୍କୁ ମୁକାଳିବାକୁ ବରିଷ୍ଠ ଅଧିକାରୀ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ସନ୍ତୋଷିନୀ ଦାଶଙ୍କ ଅଭିଯୋଗକୁ ଭିତ୍ତି କରି ଚୌଦ୍ବାର ପୋଲିସ ଘଟଣାର ତଦନ୍ତ ଚଳାଇଛି। ତତ୍ କାଳୀନ ଜେଲର ସନ୍ତାଷିନୀ ଦାଶ ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଧାରରେ ପୋଲିସ ଜେଲ୍ ଅଧୀକ୍ଷକଙ୍କୁ ଗିରଫ କରିଛି।ଏପଟେ ଚୌଦ୍ବାର ଜେଲ ଅଧୀକ୍ଷକ SCBରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ SCBରେ ଭର୍ତ୍ତି ହୋଇଛନ୍ତି ସୁଜିତ୍ । ଗତ ୨୦ ତାରିଖରେ କୋର୍ଟରେ ହାଜର ପରେ ତାଙ୍କୁ ଜେଲ୍ ପଠାଇଥିଲା ପୋଲିସ ।
