ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ହ୍ରଦକୁ ଏକାଧିକ ବିଦେଶୀ ପକ୍ଷୀ ଆଗମନ କରୁଛନ୍ତି କିନ୍ତୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି କହିଛନ୍ତି ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ଯଦି ଗତ ୨୦୨୪ ବର୍ଷ ତୁଳନାରେ ୨୦୨୫ କୁ ଦେଖିବା ତାହେଲେ ଚଳିତ ସିଜିନ୍ରେ ଚିଲିକାକୁ ପ୍ରାୟ ୧୦,୦୦୦ କମ୍ ପକ୍ଷୀ ଆସିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହାରି ମଧ୍ୟରେ ଚଲିକାର ନିକଟବର୍ତ୍ତୀ ଗଞ୍ଜାମ ଜିଲାର ଋଷିକୁଲ୍ୟା ସମେତ ବିଭିନ୍ନ ପୋଖରୀ ଓ ଜଳାଶ୍ରୟରେ ଅନେକ ପକ୍ଷୀ ଆସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପକ୍ଷୀ ଗଣନା ସମୟରେ ଏହାକୁ ସାମିଲ କରାଯିବା ସହିତ ପରିବେଶବିତ୍ ଏହାକୁ ନେଇ ନଜର ରଖିଥାନ୍ତି । ସେପଟେ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାର ଜାତୀୟ ଉଦ୍ୟାନ ଆର୍ଦ୍ରଭୂମିରେ ବଢ଼ୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ବାର୍ଷିକ ଶୀତକାଳୀନ ପକ୍ଷୀ ଗଣନା ଅନୁଯାୟୀ ଚିଲିକା ପରେ ଏହି ସ୍ଥାନକୁ ବିଦେଶୀ ପକ୍ଷୀମାନେ ସେମାନଙ୍କ ପାଇଁ ଦ୍ଵିତୀୟ ବାସସ୍ଥାନ ରୂପେ ବାଛିଛନ୍ତି |
ଚିଲିକା ପରେ ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ଋଷିକୁଲ୍ୟା, ଭିତରକନିକା
By madhulekha1 Min Read
