ବିଜେଡି ସରକାର ସମୟରେ ନିପ୍ପନ ଷ୍ଟିଲକୁ ନେଇ ଯେଉଁ କଥା ଉଠିଥିଲା ତାହା ସାକାର ହେବାକୁ ଯାଉଛି । ରାଜ୍ୟରେ ଖୁବଶୀଘ୍ର ନିପ୍ପନ ଷ୍ଟିଲ ତାର କାର୍ଯ୍ୟ ଆରମ୍ଭ କରିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ସେପଟେ ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୩ ତାରିଖରେ ହୋଟେଲ ତାଜରେ ନିବେଶକ ସମ୍ମିଳନୀ ଆୟୋଜିତ ହେବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ‘ଉତ୍କର୍ଷ ୨୦୨୫’ର ପ୍ରାକ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ସିଏମ୍।