ନିକଟରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ କେଶ ଦାନ କରୁଥିବାର ଦେଖିବାକୁ ମିଳୁଛି । ଏଥିପାଇଁ ୟୁଜର୍ସ ତାଙ୍କୁ ଥଟ୍ଟା କରୁଛନ୍ତି । ଏଥର ଅଭିନେତ୍ରୀ ତାଙ୍କ କେଶ କାଟି ସେହି କେଶ ଦାନ କରି ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି, ଯାହା ଯୋଗୁଁ ଲୋକମାନେ ତାଙ୍କର ବହୁତ ମଜାକ ଉଡାଉଛନ୍ତି । ଏହା ସହିତ ଅଭିନେତ୍ରୀ ତାଙ୍କ ଲମ୍ବା କେଶ ପାଇଁ ତାଙ୍କ ବାପା ଅନିଲ କପୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସୋମବାର ଦିନ ସୋନମ କପୁର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ସେଲୁନରେ ତାଙ୍କ କେଶ କାଟି ଛୋଟ କରୁଥିବାର ଦେଖିବାକୁ ମିଳୁଛି। ଭିଡିଓରେ ଦେଖାଯାଉଛି ସେ ହସୁଛନ୍ତି ଏବଂ ଏହି ପୋଷ୍ଟ ସେୟାର କରି ଅଭିନେତ୍ରୀ କହିଛନ୍ତି, ‘ମୁଁ ମୋର କେଶର ୧୨ ଇଞ୍ଚ କାଟିଛି, ଭିଡିଓରେ ଏହା ଛୋଟ ଦେଖାଯାଇପାରେ, କିନ୍ତୁ ପ୍ରକୃତରେ ଏହା ଗୋଟିଏ ଫୁଟ ଲମ୍ବା’ । ଏହା ସହିତ, ସେ କ୍ୟାପସନରେ ଲେଖିଛନ୍ତି, “ମୁଁ ମୋର କେଶ ୧୨ ଇଞ୍ଚ କାଟି ଏକ ଛୋଟ ଦାନ କରିବାକୁ ନିଷ୍ପତ୍ତି ନେଇଛି।