ବିହାରର ଅରରିୟା ଜିଲ୍ଲାରେ ଥିବା ଫରେବଗଞ୍ଜର ଏକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରୁ ସାପା ବାହାରିଛି । ପିଲାମାନେ ଖାଦ୍ୟ ଖାଉଥିବା ବେଳେ ଗୋଟିଏ ପିଲାର ଖେଚେଡିରୁ ସାପ ବାହାରିଥିଲା । ତେବେ ଏହା ଖେଚେଡି ସହ ରାନ୍ଧି ହୋଇ ସିଝି ଯାଇଥିବା ଦେଖିବା ପାଇଁ ମିଳିଥିଲା ।ଏହି ଖାଦ୍ୟକୁ ଖାଇବା ପରେ ଅନେକ ପିଲା ପେଟ ମୋଡା, ବାନ୍ତିର ଶିକାର ହୋଇଥିଲେ । ୫୦ରୁ ଅଧିକ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୋଟିଏ ଏନ୍ଜିଓ ଦ୍ୱାରା ଏହି ମିଡ୍ଡେ ମିଲ୍ ବିଦ୍ୟାଳୟକୁ ଦିଆଯାଉଥିବା ଥିଲା ।