ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ୱାର୍ଡ ନମ୍ୱର-୪୫ର ଶବର ସାହି ଚିତ୍ର ଭୟଙ୍କର ରହିଛି। ଡ୍ରେନ୍ କାମ ଅଧାରେ ପଡ଼ିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଏଥିପାଇଁ ଡ୍ରେନ୍ ପାଇଁ ୱେରେଜ୍ ଲାଇନ୍ରେ ପଶୁଛି। ଫଳରେ ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ପଶୁଛି। ବାରମ୍ବାର ଗୁହାରି କରିଥିଲେ ବି ବିଏମସି ଡ୍ରେନ୍ କାମ କରି ନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। ଯାହାକୁ ନେଇ ଏଭଳି ପ୍ରତିବାଦ କରିଥିଲେ। ହେଲେ ଆଜି କାଲି କହି ଅଧିକାରୀମାନେ ଦିନ ଗଡ଼ାଇ ଚାଲିଛନ୍ତି। ଯେଉଁଥିପାଇଁ ବର୍ଷା ଋତୁରେ ଲୋକମାନେ ନାକେଦମ୍ ହେଉଛନ୍ତି।ହେଲେ ପରିସ୍ରା କରିବା ଘଟଣାକୁ ବିଏମ୍ସି ମେୟର ଖଣ୍ଡନ କରିଛନ୍ତି। ସେ ଓଲଟା ପରିସ୍ରା କରିବାର ଭିଡିଓ ମାଗୁଛନ୍ତି। ସେମାନେ ପରିସ୍ରା କରିନାହାନ୍ତି, କେବଳ ପାଣି ଢ଼ାଳିଛନ୍ତି। ସେମାନେ ସେମିତି କୌଣସି କାମ କରିନାହାନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।