ଦେଶର ଏହା ଏପରି ଏକ ମନ୍ଦିର। ଯେଉଁଠାରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ମନ୍ଦିରରେ ଅଲଗା ରୁହନ୍ତି। ଏଠାରେ ପ୍ରଥମେ ଦେବୀ ଲକ୍ଷ୍ମୀଙ୍କ ଆଳତି କରାଯାଇଥାଏ। ଏହାପରେ ଭଗବାନ ନାରାୟଣଙ୍କୁ ପୂଜା କରାଯାଏ। ଏହି ମନ୍ଦିରଟି ସିକର ସହରର ଏକ ପ୍ରମୁଖ ଧାର୍ମିକ ସ୍ଥାନ ଏବଂ ଭକ୍ତମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ ଭାବେ ପରିଚିତ। ଶ୍ରୀକଲ୍ୟାଣ ଜି ମନ୍ଦିର ୧୯୨୧ ମସିହାରେ ସିକରର ରାଜା କଲ୍ୟାଣ ସିଂହଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ମନ୍ଦିର ନିର୍ମାଣ ହେବାର ୧୦୨ବର୍ଷ ବିତିଗଲାଣି। ଏହି ମନ୍ଦିରରେ ଦେବୀ ଲକ୍ଷ୍ମୀଙ୍କୁ ଗୋଟିଏ ସ୍ଥାନରେ ପୂଜା କରାଯାଉଥିବା ବେଳେ ଅନ୍ୟ ଏକ ସ୍ଥାନରେ ଭଗବାନ ନାରାୟଣଙ୍କୁ ପୂଜା କରାଯାଏ।ଏହି ମନ୍ଦିରର ପରମ୍ପରା ଅନୁସାରେ ରାତି ୯ଟା ପରେ ଅଷ୍ଟଧାତୁରେ ନିର୍ମିତ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଭଗବାନ ନାରାୟଣଙ୍କ ପାଖକୁ ଅଣାଯାଏ। ଫଳରେ ରାତିରେ ମାଲକ୍ଷ୍ମୀ ଓ ନାରାୟଣଙ୍କୁ ଏକତ୍ର ଦର୍ଶନ କରିବାର ସ୍ୱଭାଗ୍ୟ ଅର୍ଜନ କରନ୍ତି ଭକ୍ତ। ରାଜସ୍ଥାନର ଏହା ହେଉଛି ପ୍ରଥମ ମନ୍ଦିର, ଯେଉଁଠାରେ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଅଲଗା ଅଲଗା ରହିଥାନ୍ତି। ଦିନରେ ସର୍ବ ପ୍ରଥମେ ଦେବୀଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଓ ଆଳତି ପରେ ଭଗବାନଙ୍କ ଆଳତି କରାଯାଏ।