ଘସିପୁରା ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ। ଲୋକଙ୍କୁ ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ଅଫିସ୍ ବାହାରେ ନୋଟିସ୍ ଲଗାଇଥିଲେ ତହସିଲଦାର । ଲୋକଙ୍କୁ ବସାଇବାକୁ ଚୌକି ଦେଉନଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ । ହେଲେ କର୍ମଚାରୀ ମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଥିଲେ। ଏହି କାର୍ଯ୍ୟାଳୟରେ ଅଭୟ କୁମାର ସ୍ୱାଇଁ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକିକୁ ମଧ୍ୟ ହଟାଇଥିଲେ। ହେଲେ ବଡବଡିଆ ଆସିଲେ ଚୌକି ମଗାଇ ସେମାନଙ୍କୁ ବସାଇ ଯାଉଥିବା ଅଭିଯୋଗ ହୋଇଛି। ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନକୁ ଆସିଛି ରାଜସ୍ୱ ବିଭାଗ । ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ ।