ମେରଠ ଡ୍ରମ୍ କାଣ୍ଡ ପରେ ଗ୍ୱାଲିୟରର ଏକ ଘଟଣା ନଜରକୁ ଆସିଛି । ଜଣେ ସ୍ୱାମୀ ନିଜ ଜୀବନକୁ ଭୟ କରୁଛନ୍ତି । ତାଙ୍କ ନାମ ହେଉଛି ଅମିତ କୁମାର ସେନ୍ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୪ପ୍ରେମିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କ ସ୍ତ୍ରୀ ଲି ଭ୍-ଇନ୍ ସମ୍ପର୍କରେ ରହୁଛନ୍ତି। ଏହି କଥା ଜାଣିବା ପରେ ଅମିତ ପ୍ରତିବାଦ କରିଥିଲେ । ଏହାପରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲା ।ପ୍ଲାକାର୍ଡରେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଗ୍ବାଲିୟର ଏ.ବି. ରୋଡ୍ସ୍ଥିତ ମେହନ୍ଦୀବାଲା ସୟଦ ଅଞ୍ଚଳରେ ରହୁଥିବା ଅମିତ ମିରଟ ହତ୍ୟାକାଣ୍ଡ ପରେ ଆତଙ୍କିତ ଥିବା କହିଛନ୍ତି। ସେ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି। ଏବେ ତାଙ୍କ ସାନ ପୁଅ ନିଜ ମା’ ଓ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରହୁଛନ୍ତି। ଏହାକୁ ବିରୋଧ କରିବାରୁ ରାହୁଲ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିବା ଅମିତ କହିଛନ୍ତି।ଏହି ମାମଲାରେ ଜନକଗଞ୍ଜ ପୋଲିସ ଷ୍ଟେସନ ଇନଚାର୍ଜ କହିଛନ୍ତି ଯେ ଅମିତ କୌଣସି ଅଭିଯୋଗ ନେଇ ଆସି ନଥିଲେ । ସେ ଯଦି ପୂର୍ବରୁ କୌଣସି ଆବେଦନ ଦାଖଲ କରିଥାନ୍ତେ ତାହେଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଏହାକୁ ନେଇ ଅମିତ କହିଛନ୍ତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ନେଇ ନଥିଲେ ।ଏହି ଖବର ଅନ୍ୟଙ୍କୁ ଶେୟାର କରନ୍ତୁ ।