ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅଡୁଆରେ ପଡିଛନ୍ତି। ତାଙ୍କ ବିରୋଧରେ ମୁଜାଫରପୁର ସିଜେଏମ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଚାରି ଜଣଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ୧୧ ନଭେମ୍ବର ୨୦୨୪ରେ ହେବ। ସାଧାରଣ ଲୋକଙ୍କ ସୁବିଧାକୁ ବାଧା ଦେଉଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ କ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହେତୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଟ୍ରାଫିକ୍ ଜାମ୍ ରହିଥିଲା। ସାଧାରଣ ଲୋକମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ ଅଭିନେତ୍ରୀଙ୍କ ବିରୋଧରେ ଡିଏମ ସୁବ୍ରତ ସେନ, କଲ୍ୟାଣ ଜୁଏଲର୍ସର ଟିଏମ କଲ୍ୟାଣ ରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ନଭେମ୍ବର ୧୧ ରେ ହେବ।