ଡାଇରିଆରେ ମୃତ୍ୟୁ ପରେ ଚେତିଲେ ସରକାର । ଏଣିକି ସବୁ ପାନୀୟଜଳର ମାନ ଯାଞ୍ଚ କରାଯିବ । ପାନୀୟଜଳ ଯୋଗାଣର ଯାଞ୍ଚ କରିବେ SHG ମହିଳା । ଚଳିତ ବର୍ଷ ବେକାବୁ ହୋଇଥିଲା ଡାଇରିଆ , ଶତାଧିକ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ହେବା ସହ ମୃତ୍ୟୁ ବରଣ ମଧ୍ୟ କରିଥିଲେ ।ଏଥି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । SHG ମହିଳାମାନଙ୍କୁ ଦିଆଯିବା ପାନୀୟଜଳ ଯାଞ୍ଚର ଦାୟିତ୍ୱ । ସେଥିପାଇଁ ସେମାନଙ୍କୁ ଟ୍ରେନିଂ ସହିତ ଫିଲ୍ଡ ଟେଷ୍ଟିଂ କିଟ୍ ଦିଆଯିବ । ଠିକ୍ ଭାବରେ ପାନୀୟଜଳ ପହଞ୍ଚିବ , ଅପରେସନ ଓ ପରିଚାଳନାରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ।ପାନୀୟଜଳ ଅପବ୍ୟବହାର ରୋକିବ SCADA । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।