୪୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି କାଣ୍ଟା ଲଗା ଗାର୍ଲ । କାର୍ଡିଆକ ଆରେଷ୍ଟରେ ତାଙ୍କର ଦେହାନ୍ତ ହୋଇଛନ୍ତି ।ଆଜିଠୁ ୧୦ ମାସ ତଳେ ସିଏ ବିଗ୍ ବସ୍ ୧୩ ଫେମ୍ ପାରସଙ୍କୁ ଛାବଡ଼ାଙ୍କ ପୋଡ଼କାଷ୍ଟରେ ହୃଦୟ ଖୋଲି କିଛି ବଖାଣିଥିଲେ । କଥାବାର୍ତ୍ତା ବେଳେ ସେ କହିଥିଲେ କି, କାଣ୍ଟା ଲଗା ଗାର୍ଲ ଗୀତରୁ ତାଙ୍କୁ ଅନନ୍ୟ ପରିଚୟ ମିଳିଥିଲା । ସେ ଏଥିପାଇଁ ତାଙ୍କ ଫ୍ୟାନ୍ସଙ୍କ ନିକଟରେ ଋଣୀ ରହିଛନ୍ତି । ସେ କହିଥିଲେ ମୁଁ ଗର୍ବ ଲାଗୁଛି କି ଲୋକେ ମୋତେ କାଣ୍ଟା ଲଗା ଗାର୍ଲ ଭାବେ ଜାଣିଛନ୍ତି । ମୋତେ ଆହୁରି ଲାଗେ ଯେବେ ମୁଁ ମରିବି ତେବେ ମୋ ପଛରେ ଲୋକେ ସେହି ଟ୍ୟାଗ ଲଗାନ୍ତୁ । ମୋ ଶେଷ ସମୟ ପର୍ଯ୍ୟନ୍ତ ମୋତେ ଲୋକେ ସେହି ଆଖ୍ୟା ଦିଅନ୍ତୁ । ମୋତେ ଆହୁରି ଗର୍ବ ଲାଗେ କି, କାଣ୍ଟା ଲଗା ଗାର୍ଲ କଲି, ଯାହା ମୋତେ ଫେମସ କଲା । ସେ ଗୀତ ପ୍ରଥମ ଏମିତି ରିମିକ୍ସ ଗୀତ ଥିଲା କି, ଯିଏକି ବ୍ଲକବଷ୍ଟର ହିଟ୍ ହୋଇଥିଲା । ପାଖ ଲୋକଙ୍କ କହିବାନୁଯାୟୀ କାମ ନ ମିଳିବାରୁ ଅବସାଦରେ ଥିଲେ କି ଶେଫାଳୀ ? କିଛି ମେଡିସିନ୍ ଖାଉଥିଲେ , ଯେଉଥିପାଇଁ ଚାଲିଗଲା କି ଜୀବନ ? ୪୨ ବର୍ଷରେ ମଧ୍ୟ ଫିଟ୍ ନଜର ଆସୁଥିଲେ ଶେଫାଳୀ । ଏତେ ଫିଟ୍ ଥିବା ସତ୍ତ୍ଵେ ଲାହିଁକି ତାଙ୍କୁ ହୃଦ୍ଘାତ ଆସିଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚା କରିଛି। ଶେଫାଳୀଙ୍କ ପରିବାର ଅନୁଯାୟୀ ସେ ଆଗରୁ ହୃଦ୍ଘାତ୍ରେ ପୀଡିତ ଥିଲେ । ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ପୂରା ସୁସ୍ଥ ଥିଲେ। କିନ୍ତୁ ହଠାତ୍ ରାତିରେ ତାଙ୍କର ହୃଦଘାତ ହୋଇଥିଲା । ଏହା ମଧ୍ୟ ଦାବି କରାଯାଉଛି ଶେଫାଳୀ ଗତ ୫ ରୁ ୬ ବର୍ଷ ଧରି ଜବାନ ଦେଖାଯିବା ପାଇଁ ଆଣ୍ଟିଏଜିଂ ଟ୍ରିଟ୍ମେଣ୍ଟ୍ର ମେଡିସିନ୍ ଖାଉଥିଲେ । ଏହା ସହି ସେ ଦୀର୍ଘଦିନ ଧରି ବାତ ରୋଗରେ ମଧ୍ୟ ପୀଡିତ ଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ଡାକ୍ତର ପ୍ରକାଶ କରିଛନ୍ତି ସେ ବାର୍ଦ୍ଧକ୍ୟ ନହେବା ପାଇଁ ଚିକିତ୍ସା ନେଉଥିଲେ। ଜୱାନ ଦେଖାଯିବା ପାଇଁ ମେଡିସିନ୍ ମଧ୍ୟ ଖାଉଥିଲେ । ଏଥିମଧ୍ୟରୁ ଗୋଟିଏ ହେଲା ଭିଟାମିନ୍ ସି ଅନ୍ୟ ଟି ଗ୍ଲୁଟାଥିଓନି। ଡାକ୍ତରଙ୍କ ଦାବି ଅନୁସାରେ ଏଥିରେ ହୃଦ୍ଘାତର କୌଣସି ସମ୍ପର୍କ ନାହିଁ । ଏହାକୁ କେବଳ ତ୍ଵଚାର ସୁନ୍ଦରତା ପାଇଁ ନିଆଯାଏ ।