ଖୁବ୍ ଶୀଘ୍ର ନ୍ୟାୟର ଦେବତା ଶନିଦେବ ମାର୍ଚ୍ଚ ୨୯ରେ ରାଶି ପରିବର୍ତ୍ତନ ସହ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି । ଏହାର ପ୍ରଭାବରେ ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ନ୍ୟାୟର ଦେବତା ଶନି ଦେବ । ମୀନ ରାଶିରେ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଶନି ବିଦ୍ୟମାନ ରହିବେ । ଜ୍ୟୋତିଷ ଗଣନା ଅନୁସାରେ,୧୦୦ ବର୍ଷ ପରେ ସୂର୍ଯ୍ୟଗ୍ରହଣ ଦିନ ଶନି ଗୋଚରର ସଂଯୋଗ ସୃଷ୍ଟି ହୋଇଛି । ନବଗ୍ରହ ମଧ୍ୟରେ ଶନିଙ୍କ ଚଳନ ସବୁଠାରୁ କ୍ଷୀପ୍ର ବୋଲି କୁହାଯାଇଛି । ଶନିଦେବଙ୍କ ରାଶି ପରିବର୍ତ୍ତନ ପାଖାପାଖି ଅଢ଼େଇ ବର୍ଷରେ ଥରେ ହୋଇଥାଏ । ଏହି ପରିବର୍ତ୍ତନର ପ୍ରଭାବ ସାରା ଦେଶ ଏବଂ ଦୁନିଆ ଉପରେ ମଧ୍ୟ ପଡ଼ିଥାଏ । ତେବେ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ସାଢେସାତୀ ଆରମ୍ଭ ହୋଇଯିବ । କ୍ୟାରିୟରରେ ପରିବର୍ତ୍ତନର ସ୍ଥିତି ସୃଷ୍ଟି ହେବ । ଧନର ଖର୍ଚ୍ଚ ବଢ଼ିବ । ସନ୍ତାନ ପକ୍ଷ ଉପରେ ଟିକେ ଧ୍ୟାନ ଦେବାକୁ ହେବ । ଶନିବାର ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ଦୀପ ଜାଳନ୍ତୁ ।ମିଥୁନ ରାଶି
ବ୍ୟକ୍ତିଙ୍କ ପାଇଁ ଶନିଙ୍କର ଫଳାଫଳ ମିଶ୍ରିତ ରହିବ । କ୍ୟାରିୟରରେ ବଡ଼ ପରିବର୍ତ୍ତନର ଯୋଗ ରହିଛି । ସ୍ଥାନ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ । ସମ୍ପତ୍ତି ଲାଭ ଏବଂ ଲମ୍ବା ଯାତ୍ରା ହେବ । ଶନିବାର ଦିନ ଖାଦ୍ୟ ପଦାର୍ଥ ଦାନ କରନ୍ତୁ ।