ଯାଜପୁରରେ ଲଜ୍ୟା। ଜଣେ କର୍ମଜୀବୀ ମହିଳାଙ୍କ ହାତ ମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ମଧ୍ୟ ପୁଲିସକୁ ସଫଳତା ମିଳିପାରିନି । ସୂଚନା ଗତ ୨୨ ତାରିଖ ଦିନ ସଂଧ୍ୟା ସମୟରେ ଯାଜପୁର ଟାଉନ ଥାନା ନିକଟ ଗାନ୍ଧୀ ଛକ ଠାରେ ଜଣେ କର୍ମଜୀବୀ ମହିଳା ଘରକୁ ଯିବାକୁ ଗାଡିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଟୋ ଚାଳକ ମହିଳାଙ୍କୁ ଘର ପାଖ ବଜାରରେ ଛାଡି ଦେବାକୁ କହି ଡାକିଥିଲେ। ପୂର୍ବରୁ ଗାଡିରେ ୨ ଜଣ ଯୁବକ ବସିଥିବା ମହିଳା ଜଣକ ଗାଡିରେ ଆସିଥିଲେ ।
ଅଟୋରେ କିଛି ବାଟ ଗଲା ପରେ ଯୁବକ ଦୁଇ ଜଣ ଗାଡି ଭିତରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ମହିଳାଙ୍କ ଓଢଣୀରେ ତାଙ୍କ ମୁହଁ ଓ ହାତକୁ ବାନ୍ଧି ପକାଇଥିଲେ । ଏହାସହ ଯାଜପୁର ସହର ସଂଲଗ୍ନ ଏକ ନିଛାଟିଆ ଜାଗାକୁ ନେଇଥିବା ବେଳେ ସେଠାରେ ପୂର୍ବରୁ ୩ ଜଣ ମଦ୍ୟପ ଯୁବକ ଉପସ୍ଥିତ ରହିଥିଲେ । ପରେ ସମସ୍ତେ ମହିଳାଙ୍କ ଉପରେ ଗଣ ଦୁଷ୍ମର୍ମ କରିବା ସହ ତାଙ୍କୁ ମାଡ ମାରିଥିଲେ। ମହିଳା ଦୌଡି ପଳାଇବାକୁ ଉଦ୍ୟମ କରିବାରୁ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ମହିଳାଙ୍କୁ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ।