କେନ୍ଦ୍ରାପଡ଼ାରେ ଲଜ୍ଜା। ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ ପଶି ଯୋଗ ଗୁରୁମା’ଙ୍କ ସର୍ବଶ୍ୱ ଲୁଟିନେଲା ଅଭିଯୁକ୍ତ। ନିଜକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଲା ନାହିଁ। ଶେଷରେ ଦୁଷ୍କର୍ମର ଶିକାର ହେଲେ ମହିଳା।ସୂଚନା ଅନୁସାରେ, ମହିଳା ଜଣକ ନିଜ ଘରେ ଏକୁଟିଆ ଶୋଇଥିବା ବେଳେ ଜଣେ ବ୍ୟକ୍ତି ଘର ଭିତରକୁ ପଶିଯାଇଥିଲେ । ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କୁ ମାରିଦେବାକୁ ଧମକ ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନିଜକୁ ବଞ୍ଚାଇବାକୁ ଯାଇ କ୍ଷତାକ୍ତ ହୋଇଛନ୍ତି ପୀଡ଼ିତା । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।