ସାଧାରଣ ଲୋକଙ୍କୁ ଶସ୍ତା ଏବଂ ସୁଲଭ ଦରରେ ମିଳିବ ଚାଉଳ ଓ ଅଟା। ମଙ୍ଗଳବାର ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଲଞ୍ଚ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ସରକାର ‘ଭାରତ’ ବ୍ରାଣ୍ଡ ଅନୁଯାୟୀ, ଅଟାକୁ ୩୦ ଟଙ୍କା ପ୍ରତି କେଜି ଏବଂ ଚାଉଳ ୩୪ ଟଙ୍କା ପ୍ରତି କେଜିରେ ଲଞ୍ଚ କରିଛନ୍ତି। ଏହି ଦୁଇ ସାମଗ୍ରୀ ୫ କେଜି ଏବଂ ୧୦ କେଜି ପ୍ୟାକେଟରେ ଉପଲବ୍ଧ ହେବ। ସରକାର ଭାରତ ବ୍ରାଣ୍ଡରେ ରିହାତି ଦରରେ ଅଟା ଚାଉଳ ଭାରତୀୟ ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ (NCCF), ଭାରତୀୟ ରାଷ୍ଟ୍ରୀ କୃଷି ସହକାରୀ ବିପଣନ ସଂଘ (Nafed) ମାଧ୍ୟମରେ ବିକ୍ରି କରିଥାଏ। ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି କରାଯାଇଥାଏ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।