ସରକାରୀ ବାସଭବନ ଛାଡୁନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼। ଏଭଳି ଅଭିଯୋଗ ଆଣିଛି ସୁପ୍ରିମକୋର୍ଟ ପ୍ରଶାସନ।ଷ୍ଟିସ ଚନ୍ଦ୍ରଚୂଡ଼ ଅବଧିଠାରୁ ଅଧିକ ସମୟ ଧରି CJIଙ୍କ ବାସଭବନରେ ରହୁଛନ୍ତି । ନଭେମ୍ବର ୨୦୨୨ରୁ ୨୦୨୪ ନଭେମ୍ବର ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । ଅବସର ଗ୍ରହଣ କରିବା ପରେ ବି ଦିଲ୍ଲୀରେ ଥିବା CJIଙ୍କ ବାସଭବନରେ ରହୁଛନ୍ତି ।
ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ଅବସରପ୍ରାପ୍ତ ବିଚାରପତି ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ବାସଭବନ ଖାଲି କରିବାକୁ ବାଧ୍ୟ। ତେବେ ଚନ୍ଦ୍ରଚୂଡ଼ଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହୋଇଛି । ପୂର୍ବରୁ କେବେ ବି ସୁପ୍ରିମକୋର୍ଟ ପ୍ରଶାସନ ଏଭଳି ପଦକ୍ଷେପ ନେଇ ନାହିଁ । ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର୍. ଗବାଇଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ତେବେ ଏ ନେଇ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।