SBI ଶିଶୁ ମୁଦ୍ରା ଋଣ (SBI Sishu Mudra Loan) ଏକ ବିଶେଷ ପ୍ରକାରର ମାଇକ୍ରୋ ଫାଇନାନ୍ସ ଯୋଜନା ଯାହା ଭାରତ ସରକାରଙ୍କର “ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା” (PMMY) ଅଧୀନରେ ଦିଆଯାଉଛି। ଏହା ତିନି ପ୍ରକାର ମୁଦ୍ରା ଋଣର ମଧ୍ୟରୁ ଅନ୍ୟତମ , ଯେଉଁଥିରେ ଶିଶୁ, କିଶୋର ଓ ତରୁଣ ଥାଏ। ଏହି ଅଧିକାର ସବୁଠୁ ଛୋଟ ପରିମାଣର ଋଣ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ଛୋଟ ବ୍ୟବସାୟ ଏବଂ ସ୍ୱୟଂରୋଜଗାରକୁ ପ୍ରୋତ୍ସାହିତ କରିବା।SBI ଶିଶୁ ମୁଦ୍ରା ଋଣ ଯୋଜନାର ଗୁରୁତ୍ୱପୂର୍ଣ୍ଣ ବିଶେଷତାଗୁଡ଼ିକ ହେଲା
ରାଶି: ଏହି ଯୋଜନା ରେ ₹50,000 ଟଙ୍କା ପର୍ଯ୍ୟନ୍ତ ରୁଣ ଦିଆଯାଏ।
ରୃଣ ହାର: ଏହାର ରୃଣ ହାର ବ୍ୟାଙ୍କ ନିର୍ଦ୍ଧାରିତ କରିଥାଏ। ପାଖାପାଖି ଏହା 10-12% ପର୍ଯ୍ୟନ୍ତ ହୋଇପାରେ।
ଅବଧି: ରୁଣ ରୀ ପେମେଂଟ ସାଧାରଣତଃ 3-5 ବର୍ଷ ହୋଇଥାଏ।
କାର୍ଯ୍ୟକ୍ଷେତ୍ର: ଏହି ଋଣ ବ୍ୟବସାୟୀ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ଓ ଅନ୍ୟାନ୍ୟ ଛୋଟ ବ୍ୟବସାୟକୁ ସାହାଯ୍ୟ ପାଇଁ ଦିଆଯାଉଛି।
ନିବେଶ ପ୍ରକ୍ରିୟା: ଏହି ଯୋଜନାକୁ ପାଇଁ ଆବେଦନକାରୀଙ୍କୁ ତାଙ୍କର ନିକଟସ୍ଥ SBI ଶାଖାରେ ଯାଇ ଆବେଦନ କରିବାକୁ ପଡ଼େ ଓ ଯୋଗ୍ୟତା ସମ୍ବନ୍ଧୀୟ ଅବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ ।
ଡକ୍ୟୁମେଣ୍ଟ ଦରକାର: ଭୋଟର ଆଇଡି କାର୍ଡ , ଆଧାର କାର୍ଡ, ପାନ କାର୍ଡ, ବ୍ୟବସାୟ ଯୋଜନା, ଏବଂ ଆବଶ୍ୟକ ତଥ୍ୟ ତଥା ଡକ୍ୟୁମେଣ୍ଟ ଦରକାର ।
କେମିତି ଆବେଦନ କରିବେ?
ନିକଟର SBI ଶାଖାରେ ଯାଆନ୍ତୁ।
ରୁଣ ଆବେଦନ ଫର୍ମ ପୂରଣ କରନ୍ତୁ।
ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଆବେଦନ ଦାଖଲ କରନ୍ତୁ।
ବ୍ୟାଙ୍କ ଯୋଗ୍ୟତା ଅନୁରୂପ ଆବେଦନକୁ ସମିକ୍ଷା କରିବ ଓ ରୁଣ ଦିଆଯିବ।
ଏହି ଋଣ ଯୋଜନାର ମାଧ୍ୟମରେ ଛୋଟ ବ୍ୟବସାୟୀମାନଙ୍କୁ ଉତ୍ତରୋତ୍ତର ବୃଦ୍ଧି ଓ ସ୍ଵୟଂରୋଜଗାର ସୃଷ୍ଟିରେ ସାହାଯ୍ୟ ମିଳିବ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।