ଜଣେ ବରିଷ୍ଠ ଓକିଲ ୪୬ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡରୁ (ଫାଶୀ) ଉଦ୍ଧାର କରିବାକୁ ଯୁକ୍ତି କରୁଥିଲେ ।ଠିକ୍ ସେତିକିବେଳେ ତାଙ୍କ ସହାୟକ ଆସି ତାଙ୍କୁ ଏକ ଛୋଟ କାଗଜ ଦେଲେ | ଓକିଲ ଏହାକୁ ପଢି ପକେଟ ଭିତରେ ରଖି ବିଚାରପତିଙ୍କ ସମ୍ମୁଖରେ ଯୁକ୍ତି ଜାରି ରଖିଥିଲେ । ମଧ୍ୟାହ୍ନ ଭୋଜନ ବିରତି ସମୟରେ ଜଜ୍ ତାଙ୍କୁ ପଚାରିଥିଲେ ଯେ ଆପଣ ସ୍ଲିପ୍ରେ କେଉଁ ସୂଚନା ପାଇଛନ୍ତି ?ଓକିଲ କହିଥିଲେ ଯେ ମୋ ପତ୍ନୀ ମରିଯାଇଛନ୍ତି । ବିଚାରପତି ଆଶ୍ଚର୍ଯ୍ୟ ହୋଇ କହିଲେ “ତେବେ ଆପଣ ଏଠାରେ କ’ଣ କରୁଛନ୍ତି ? ଆପଣ ଘରକୁ କାହିଁକି ଯାଇନାହାଁନ୍ତି ?ଓକିଲ କହିଥିଲେ… “ମୁଁ ମୋ ପତ୍ନୀଙ୍କ ଜୀବନ ଫେରାଇ ଆଣି ପାରିବି ନାହିଁ, କିନ୍ତୁ ମୁଁ ଏହି ୪୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିପାରିବି ଏବଂ ସେମାନଙ୍କୁ ମୃତ୍ୟୁରୁ ରକ୍ଷା କରିପାରିବି”।
ଜଣେ ଇଂରେଜ ଥିବା ବିଚାରପତି ସମସ୍ତ ୪୬ ଜଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଓକିଲ ଜଣଙ୍କ ଆଉ କେହି ନ ଥିଲେ, ସେ ଥିଲେ ଭାରତମାତାର ମହାନ ସନ୍ତାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ।