ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ନବରାତ୍ରୀ ଅବସରରେ ସେ ପୁଣିଥରେ ବିବାହ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ଭିଡିଓରେ ସଞ୍ଜୟ ଧୋତି କୁର୍ତ୍ତା ପିନ୍ଧିଛନ୍ତି। ଚତୁର୍ଥ ଥର ଲାଗି ୬୫ ବର୍ଷରେ ସେ ବିବାହ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ଚକିତ ହୋଇଛନ୍ତି। ସଞ୍ଜୟ ଦତ୍ତଙ୍କର ୨୦୦୮ ମସିହାରେ ମାନ୍ୟତା ଦତ୍ତଙ୍କ ସହ ତାଙ୍କର ତୃତୀୟ ବିବାହ ହୋଇଥିଲା । ତେବେ ଏହା ପୂର୍ବରୁ ସେ ଦୁଇଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ସଞ୍ଜୁ ବାବା ପ୍ରଥମେ ରିଚା ଶର୍ମାଙ୍କୁ ବିବାହ କରିଥିଲେ, କିନ୍ତୁ ସେ ୧୯୯୬ ମସିହାରେ ବ୍ରେନ ଟ୍ୟୁମରରେ ମୃତ୍ୟୁ ବରଣ କରିଥିଲେ । ଦୁଇ ବର୍ଷ ପରେ, ଅର୍ଥାତ୍ ୧୯୯୮ ରେ, ସଞ୍ଜୟ ଦତ୍ତ ମଡେଲ୍ ରିୟା ପିଲ୍ଲଇଙ୍କୁ ବିବାହ କରିଥିଲେ । କିନ୍ତୁ ସେମାନଙ୍କର ସମ୍ପର୍କ ବେଶୀ ଦିନ ରହିଲା ନାହିଁ ଏବଂ ୨୦୦୫ ରେ ସେମାନଙ୍କର ଛାଡପତ୍ର ହୋଇଯାଇଥିଲା ।ସଞ୍ଜୟ ୧୬ ବର୍ଷ ପରେ ପୁଣିଥରେ ପତ୍ନୀ ମାନ୍ୟତାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ ଅଭିନେତାଙ୍କ ଘର ରିନୋଭେଶନ ଶେଷ ହେବା ପରେ ପୂଜା ରଖାଯାଇଥିଲା। ଏହି ମଉକାରେ ପତ୍ନୀ ମାନ୍ୟତାଙ୍କ ସହ ସେ ଚତୁର୍ଥ ଥର ବିବାହ କରିଛନ୍ତି।